ହୁ ହୁ ହୋଇ ବଢୁଛି ସୁନାଦର । । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୬୨ ହଜାର ୬୨୦ ରହିଛି। ଗତତାଲି ଦିନକରେ ସୁନା ଦର ୧୦ ଗ୍ରାମ ପ୍ରତି ୭ଶହ ଟଙ୍କା ବଢ଼ିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୫୭ ହଜାର ୪ଶହ ଟଙ୍କାରେ ପହଞ୍ଚିଛି। ସୁନା ଭଳି ରୁପା ଦର ମଧ୍ୟ ବଢିଚାଲିଛି । ରୁପା କେଜି ପ୍ରତି ୭୪ ହଜାର ୬ଶହ ଟଙ୍କା ରହିଛି । ବିଗତ ୧୦ ଦିନ ମଧ୍ୟରେ ସୁନା ଦର ପାଖାପାଖି ୩ ହଜାର ଟଙ୍କା ବଢିଛି । ୧୦ ଦିନ ପୂର୍ବରୁ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୧ ହଜାର ୮୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ସୁନା ଦର ୫୬ ହଜାର ୬୬୦ ଟଙ୍କା ଥିଲା। ଆନ୍ତର୍ଜାତିକ ବଜାରରେ ସୁନା ଦର ମଧ୍ୟ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବରେ ଚାରିଆଡେ ସୁନା ଦର ବଢି ଚାଲିଛି । ଯୁଦ୍ଧ ପାଇଁ ବଢୁଛି ସୁନା ଦର ।

