ଅଭିଜ୍ଞ ଡ.ରଞ୍ଜନ ମହାପାତ୍ରଙ୍କୁ ପିଏଚଡି ଆୱାର୍ଡ ପ୍ରଦାନ

ଓଡ଼ିଶା କେମ୍ରେଜି ଡିଜିଟାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଟୋମୋବାଇଲ ଓ ବିଜିନେସ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଦୀର୍ଘ ତିରିଶ ବର୍ଷର ଅଭିଜ୍ଞତା ଆଧାରରେ ଡ.ରଞ୍ଜନ କୁମାର ମହାପାତ୍ରଙ୍କୁ କେମ୍ବ୍ରିଜି ଡିଜିଟାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୋଆ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ମାନଜନକ ପିଏଚଡି ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଆୱାର୍ଡ଼ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥାଏ ।

ଏହି ଆୱାର୍ଡ଼ ମିଳିଲା ପରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ମାନେ ଡ. ମହାପାତ୍ରଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ ଣ । ଇ ଛ ନ୍ତ ସୂଚନାଯୋଗ୍ୟ ଡ.ମହାପାତ୍ର ବର୍ତ୍ତମାନ ଟାଟା ଗ୍ରୁପର ପାସେଞ୍ଜର କାର ଡ଼ିଲରଶିପ୍ ତୃପ୍ତି ଗ୍ରୁପର ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ (ସି.ଇ.ଓ) ଭାବରେ କାର୍ଯ୍ୟରତ ।

ଏହା ପୂର୍ବରୁ ୨୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଫୋର୍ଡ ଏବଂ ରେନାଲ୍ଡ କାର କମ୍ପାନିର ଅଧ୍ବକୃତ ବିକ୍ରେତା ସଂସ୍ଥା ଗର୍ଗସନ୍ ଗ୍ରୁପର ଭାଇସ ପ୍ରେସିଡେଣ୍ଟ ଭାବରେ ସଫଳତାର ସହିତ କର୍ଯ୍ୟ ତୁଲାଇଥିଲେ, ବି. ଆର୍ ଆସୋସିଏଟ୍ ର ସେ ମଧ୍ୟ ପ୍ରତିଷ୍ଠାତା । ଓଡ଼ିଶାର ଜଣେ ପ୍ରତିଷ୍ଠିତ ଆର୍ଥିକ ଓ ବାଣିଜ୍ୟିକ ସୁତ୍ରଧର ଭାବରେ ତାଙ୍କର ପ୍ରସିଦ୍ଧି ରହିଛି । ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ ପ୍ରେରଣାଦାୟକ ବକ୍ତା ଭାବରେ ସେ ନିୟମିତ ବ୍ୟବସାୟର ସଫଳ ସୂତ୍ର ପରିବେଷଣ କରି ବ୍ୟବସାୟିକ ଚାଣ୍ୟକ ଭାବରେ ବେଶ୍ ପ୍ରସଂଶନୀୟ ।

ସାମାଜିକ ସେବାରେ ରୁଚି ରଖିଥୁବା ଡ. ମହାପାତ୍ର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ନିକଟରେ ପହଁଚି ଆବଶ୍ୟକୀୟ ସହାୟତା ପ୍ରଦାନ କରି ଥାଆନ୍ତି, ସେହିପରି ଗୁରୁରେ କ୍ୟାନ୍ଦିର, ଉଇବେଟିସ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇ ମାନବ ସେବା ହିଁ ମାଧବ ସେବାର ପ୍ରମାଣ ଦେଇଛନ୍ତି । ସ୍ଵଚ୍ଛତା, ପ୍ଲାଷ୍ଟିକ ମୁକ୍ତ ପରିବେଶ ସହିତ ଏକଲକ୍ଷ ବୃକ୍ଷ ରୋପଣ କରିବାକୁ ସେ ମିଶନ ପ୍ରସ୍ତୁତି କରୁଛନ୍ତି ବୋଲି ଆଜିର ଏହି ଆଲୋଚନାରେ ସେ ପ୍ରକାଶ କରିଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!