ଆସନ୍ତାକାଲି ବାତ୍ୟା ମୋନ୍ଥା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ବାତ୍ୟା ମୋନ୍ଥା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବେ । ବାତ୍ୟା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି ।

ବାତ୍ୟା ମୁକାବିଲା ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତ। ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ। ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିବା କହିଛନ୍ତି । ଏବେ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ।

ଛତିଶଗଡ଼ ଆଡକୁ ଯିବ ବାତ୍ୟା। ଛତିଶଗଡ଼ରେ ବର୍ଷା ହେଲେ ମହାନଦୀ ଜଳସ୍ତର ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ଜଳ ଛାଡ଼ିବା ଆରମ୍ଭ କଲେଣି। ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି ହୋଇଛି

Post Views51 Total Count

Apply Now


This will close in 0 seconds

error: Content is protected !!