ଭୁବନେଶ୍ବର ରୁ ଜାମସେଦପୁର କୁ ଉଡିଲା ବିମାନ

ଭୁବନେଶ୍ବର ରୁ ଜାମସେଦପୁର କୁ ଉଡିଲା ବିମାନ। ସକାଳ 7ଟା 30ରେ ଉଡିଲା ପ୍ରଥମ ବିମାନ। ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ। ଖୁବ୍ ଶୀଘ୍ର 2ଟି ମାର୍ଗକୁ ଯୋଗ କରି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁର ରୁ କଲିକତା କୁ ଏହି ବିମାନ ଉଡ଼ିବ ଭୁବନେଶ୍ୱର – ଜାମସେଦପୁର – କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ସମସ୍ତ ଅନ୍ତର୍ଭୂକ୍ତ ଭଡା, 14 ଫେବୃଆରୀ 2023 ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି।

ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧର୍ଯ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁର କୁ 2999। ଜାମସେଦପୁର ରୁ କଲିକତା 1999। ପୁନର୍ବାର କଲିକତାରୁ ଜାମସେଦପୁର 1999। ଏବଂ ଜାମସେଦପୁର ରୁ ଭୁବନେଶ୍ଵର 2999 ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହି ଆଫର୍ କେବଳ ଫେବିଆରି 14 ତାରିଖ ପର୍ଯ୍ୟନ୍ତ ଦର ଧର୍ଯ୍ୟ କରାଯାଇଛି। ଆଜି ପ୍ରଥମ ଦିନରେ ବିମାନ 7 ଟା 30 ରେ ବହାରିଥିବା ବେଳେ ପ୍ରତିଦିନ ଭୁବନେଶ୍ବରରୁ ସକାଳ 6ଟା 30ରେ ବାହାରି ଜାମସେଦପୁର ରେ ସକାଳ 7 ଟା 50 ରେ ପହଞ୍ଚିବ। ଜାମସେଦପୁର ରୁ 8 ଟା 15 ରେ ଛାଡ଼ିବ କଲିକତା ରେ 9 ଟା 20 ମିନିଟ ରେ ପହଞ୍ଚିବ। ସେହିପରି ଭାବରେ କଲିକତାରୁ 10 ଟା 10ରେ ବାହାରି ଜାମସେଦପୁର ରେ 11ଟା 15 ରେ ପହଞ୍ଚିବ।

ଓ ଜାମସେଦପୁର ରୁ ଅପରାହ୍ନ 12 ଟା 45 ରେ ବାହାରି ଭୁବନେଶ୍ବରରେ ଅପରାହ୍ନ 2ଟା 5 ରେ ପହଞ୍ଚିବ। ଭୁବନେଶ୍ୱର ରୁ ଜାମସେଦପୁର କୁ 1 ଘଣ୍ଟା 20 ମିନିଟ ଲାଗୁଥିବା ବେଳେ ଜାମସେଦପୁର ରୁ କଲିକତା 1 ଘଣ୍ଟା 5 ମିନିଟ ଲାଗିବ।

ପ୍ରଥମ ବିମାନରେ ଜାମସେଦପୁରକୁ 5 ଜଣ ଜାମସେଦପୁରରୁ କୋଲକାତା 7 ଜଣ ଯାତ୍ରୀ ଯାଇଛନ୍ତିବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!