ବିଧାନସଭାରେ ଆଗତ ହେବ ୨୦୨୪-୨୫ ବଜେଟର

ତିନି ଦିନର ବିରତି ପରେ ପୁଣି ଆରମ୍ଭ ହେବ ବିଧାନସଭା ଅଧିବେଶନ । ମଙ୍ଗଳବାର ଗୃହରେ ଆଗତ ହେବ ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ୍‌ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ କରିବେ । ନୂଆ ସରକାରଙ୍କ ପ୍ରଥମ ବଜେଟର ବ୍ୟୟମଞ୍ଜୁରୀ ପାଇଁ ବିଧାନସଭାର ଅନୁମୋଦନ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ।

ଗତ ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ରହିଛି ବଜେଟରେ । ଗତବର୍ଷ ତୁଳନାରେ ଏହା ୧୫% ଅଧିକ । ଏଥିରୁ ସିଂହ ଭାଗ ୫୮.୫% (କାର୍ଯ୍ୟକ୍ରମ ଖର୍ଚ୍ଚ) ଯୋଜନା ବ୍ୟୟ ପାଇଁ ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୪% ଅଧିକ । ବଜେଟରେ ନୂଆ ସରକାର ୧୯ଟି ନୂଆ ଯୋଜନା ଆଣିବାକୁ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି, କୃଷକ ସମୃଦ୍ଧି ଯୋଜନାରେ ୫ ହଜାର କୋଟି, ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ୫ଶହ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବ୍ୟୟବରାଦ ୩୬% ଓ ସ୍ୱାସ୍ଥ୍ୟର ୩୨% ବୃଦ୍ଧି କରାଯାଇଛି । ଶିକ୍ଷା ଭିତ୍ତିଭୂମି ସୁଦୃଢ଼ ପାଇଁ ବ୍ୟୟବରାଦ ୧୯% ବଢ଼ିଛି । ସବୁଠୁ ବଡ଼ ପଦକ୍ଷେପ ସ୍ୱରୂପ ମହିଳା ସଶକ୍ତୀକରଣ ବଜେଟ ପୂର୍ବ ବର୍ଷ ତୁଳନାରେ ୧୮୮% ବୃଦ୍ଧି ପାଇଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ପାରିତ ହୋଇଥିବାବେଳେ ଗିଲୋଟିନରେ ୨୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି

 

 

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!