ଭିସି ମାଧ୍ୟମରେ ଯୋଡ଼ାରେ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖଣି ସହର ଯୋଡ଼ା ବାସୀଙ୍କ ଦୀର୍ଘବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଆଜି ଲୋକାର୍ପିତ ହୋଇଛି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଫ୍ଲାଏଓଭରକୁ ଉଦଘାଟନ କରିଛନ୍ତି । ଡିଏମ୍‌ଏଫ ଫଣ୍ଡରୁ ୨୫୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ୟ୍ୟ ୨୦୨୦ ରେ ଆରମ୍ଭ ହୋଇଥିଲାବେଳେ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ।ପ୍ଲାଏଓଭର ଟି ଏନ୍ ଏଚ୍ ୫୨୦ ର ରଣାଶାଳ ଛକ ଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ୪.୪୮୭ କି.ମି. ଲମ୍ବ ନିର୍ମାଣ ହୋଇଛି। ତିନି ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢେ଼ ପାଞ୍ଚ (୫.୫) ମିଟର ରହିଛି । ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି ।

୨.୯୮ କି.ମି ଲମ୍ବ ବିଶିଷ୍ଟ ଏହି ଫ୍ଲାଏ ଓଭରର ଚଉଡ଼ା ୧୨ମିଟର ଥିବା ବେଳେ ଭୂମି ଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ଫୁଟ ରହିଛି । ସମ୍ପୂର୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଦୀର୍ଘତମ ସେତୁଟି ନିର୍ମାଣ କରାଯାଇଛି ।ସୁରକ୍ଷା ଦୃଷ୍ଟିରୁ ଫ୍ଲାଏ ଓଭର ଉପରେ ଥିବା ମୋଡ ଗୁଡ଼ିକ ରେ ସିଗ୍ନାଲ ବୋର୍ଡ ଲଗାଯାଇଛି ।ଏଥିରେ ସ୍ଵତନ୍ତ୍ର ଭାବେ ଲୁହା ବିୟରିଂ ବଦଳରେ ଇଲେଷ୍ଟ୍ରମେଟିକ ବୀୟରିଂ ର ବ୍ୟବହାର ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି, ଯାହାକି ରବରରେ ତିଆରି । ୧୧୧ ପିଲର ଥିବା ଏହି ସେତୁଟି ଓବିସିସିର ସାଧାରଣ ପରିଚାଳକ ନରସିଂହ ମହାନ୍ତଙ୍କ ପ୍ରତ୍ୟକ୍ଷ ସର୍ବେକ୍ଷଣରେ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇଛି । ଫ୍ଲାଏ ଓଭରରେ ଲୋକଙ୍କ ସୁବିଧା ପାଇଁ  ଉଜ୍ଜ୍ବଳ ଆଲୋକୀକରଣ ମଧ୍ୟ କରାଯାଇଛି ।

ଖବର ଅନୁଯାୟୀ, ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସସନ୍ କର୍ପୋରେସନ୍ (ଓବିସିସି) ନେଇଥିବା ବେଳେ ଗୁଜୁରାଟ ରାଜ୍ୟର ଚେଭରକ୍ସ ନାମକ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲା । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ତେସନ ଅର୍ଥ ମଞ୍ଜୁରୀରେ ୨୦୨୧ରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ୍ଣ କରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏଥିରେ ବିଳମ୍ବ ହୋଇଥିଲା । ପରେ ଚଳିତ ମାର୍ଚ୍ଚ ମାସରେ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଛି । ତେବେ ଫ୍ଲାଏଓଭର ତଳେ ଥିବା ସର୍ଭିସ ରୋଡ଼ର ନିର୍ମାଣ କାର୍ଯ୍ୟ ସରିବାକୁ ଆହୁରି ଦୁଇରୁ ତିନି ଦିନ ମାସ ସମୟ ଲାଗିବ ବୋଲି ଠିକା ସଂସ୍ଥା ଚେଭରକ୍ସ ପକ୍ଷରୁ ସୂଚନା ମିଳିଛି ।

ତେବେ ସମ୍ପୂର୍ଣ୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହାର ନିର୍ମାଣ କରାଯାଇଛି । ଏହାର ଲମ୍ବ ୨.୯ କି.ମି ରହିଥିବା ବେଳେ ଚଉଡ଼ା ୧୨ ମିଟର ଓ ଭୂମିଠରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏଓଭର ଉପରେ ଥିବା ମୋଡ଼ ଗୁଡ଼ିକରେ ସିଗ୍ନାଲ ବୋର୍ଡ଼ ଲଗାଯାଇଛି । ଏଥିରେ ସ୍ବତନ୍ତ୍ର ଭାବେ ଲୁହା ବିୟରିଂ ପରିବର୍ତ୍ତି ରବର ନିର୍ମିତ ଇଲେଷ୍ଟ୍ରମେଟିକ ବିୟରିଂ ଲଗାଯାଇଛି । ଯାହାଦ୍ବାରା ପୋଲର ସ୍ଥାୟିତ୍ବ ୧୦୦ ବର୍ଷରୁ ଅଧିକ ହେବ ବୋଲି ନିର୍ମାଣକାରୀ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ କହିଛନ୍ତି । 

ପ୍ରକାଶ ଥାଉ କି, ଯୋଡ଼ା ସହରରେ ଟ୍ରାଫି ସମସ୍ୟା ଓ ଦୁର୍ଘଟଣା ରୋକିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗତ ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଏହି ଫ୍ଲାଏ ଓଭରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଡ଼ା ଫ୍ଲାଏ ଓଭର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ତେବେ ଏହି ଫ୍ଲାଏ ଓଭରରେ ନିୟନ୍ତ୍ରକ ଲାଗିଲେ ଦୁର୍ଘଟଣା ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Post Views113 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!