ଷ୍ଟେଜରେ ଗାଉଥିଲେ ଜଗନ୍ନାଥ ଭଜନ, ଟଳି ପଡ଼ିଲେ ADM

ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ।
ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ପାରଳାଖେମୁଣ୍ଡିରେ ଏକ ବନ୍ଧୁତ୍ୱପୂର୍ଣ୍ଣ ନୈଶ୍ୟ ଭୋଜିରେ ଯୋଗ ଦେଇଥିଲେ। ସେଠାରେ ସେ ଷ୍ଟେଜ ଉପରେ ଜଗନ୍ନାଥ ଭଜନ ଗାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହେବା ସହ ଷ୍ଟେଜ୍ ଉପରେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଅତିରିକ୍ତ ଜିଲ୍ଲାପାଳଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି।

ପ୍ରାଥମିକ ତଦନ୍ତରୁ ହୃଦଘାତରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ଶବ ବ୍ୟବଚ୍ଛେଦ ସରିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱର୍ଗତ ବୀରେନ୍ଦ୍ର ଦାସ ଜଣେ ନିଷ୍ଠାପର ଓ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!