ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା,୧୫ ମୃତ

ଗୋଟଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା । ଫଳରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ।

ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। 

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ବିଜୟନଗ୍ରମ ଆଲ୍‌ମଣ୍ଡ ଷ୍ଟେସନ୍‌ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍‌ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!