ଶ୍ରୀକ୍ଷେତ୍ରରେ ନୂଆ ରାଜ୍ୟପାଳ ରଘୁବର ଦାସ

ଓଡିଶାରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ଆଜି ସକାଳୁ ପୁରୀରେ ପହଞ୍ଚିଛନ୍ତି ରଘୁବର । ଏହା ପରେ ସକାଳ 10 ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବାର ଦାସ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କନଓ୍ୱର ବିଶାଳ ସିଂହ ପୁରୀ ଷ୍ଟେସନ୍ରେ ପହଞ୍ଚି ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

ଭୋର ସମୟରେ ପୁରୀରେ ପହଞ୍ଚିଛନ୍ତି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେଉଛନ୍ତି ନୂଆ ରାଜ୍ୟପାଳ ।

କିଛି ସମୟର ବିଶ୍ରାମ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରିଯାପନ କରିବେ । ଆଉ ମଙ୍ଗଳବାର ଦିନ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!