ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ କହି ଟ୍ରୋଲ କଲେ କ୍ରିକେଟ୍ ପ୍ରେମୀ

ଭାରତ ହାରିବା ନେଇ ଭବିଷ୍ୟବାଣୀ କରିଥିବା ବାବାଙ୍କ ଧଜିଆ ଉଡେଇଦେଲେ କ୍ରିକେଟ୍ ପ୍ରେମୀ । ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ ଟ୍ରୋଲ କରି ନାକେଦମ କରିଦେଲେଣି ସୋସିଆଲ ମିଡିଆ ୟୁଜର୍ସ ।

ଭାରତର ବିରାଟ ବିଜୟ ପରେ ଏବଂ କିଙ୍ଗ୍ କୋହଲିଙ୍କ ଦମଦାର ଶତକୀୟ ଇନିଂସ ପରେ ଆଇଆଇଟି ବାବାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଯିଏ ଯାହା ପାରିଲା ଲେଖିଛି । କେହି କେହି ଜୟ ଶାହାଙ୍କ ଫଟୋ ସହ ଆଇଆଇଟି ବାବାଙ୍କ ଫଟୋ ଯୋଡି ଲେଖିଛନ୍ତି, ହୃଦୟ ଛୋଟ କରନି… ଆନ୍ତର୍ଜାତୀୟ ସ୍କ୍ରିପ୍ଟ ରାଇଟର ଆଗରେ କାହାରି ଭବିଷ୍ୟବାଣୀ କାମ ଦିଏନି ।

ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ କହି ତାଙ୍କୁ ପାକିସ୍ତାନ ପଠେଇ ଦେବାକୁ ଟ୍ରୋଲ କରିଛନ୍ତି କ୍ରିକେଟ୍ ପ୍ରେମୀ । ଯେଉଁ ଲୋକ ଦେଶର ଆତ୍ମସମ୍ମାନକୁ ଦେଖେନି ସେ ଦେଶଦ୍ରୋହୀ ବୋଲି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଲେଖିଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!