ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ

ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।
ସେପଟେ ଧ୍ରୁବ ସାହୁ ପ୍ରଶ୍ନ କରିଛନ୍ତି ପୋଲାଭରମ ନେଇ ରାଜ୍ୟ ସରକାର ଓ ବିଜେପିର ୨୦ ସାଂସଦ ଚୁପ୍ କାହିଁକି ? ଡବଲ ଇଞ୍ଜିନ ସରକାର ଓଡ଼ିଶାର ଲାଭ ନୁହେଁ, କ୍ଷତି କରୁଛି । ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି ଧୃବ ସାହୁ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସ ଅଭିଯୋଗ କରିଛନ୍ତି ଦିଲ୍ଲୀ ଚୌକି ପାଇଁ ଓଡ଼ିଶାକୁ ବୁଡ଼ାଉଛି ବିଜେପି । ପୋଲାଭରମ୍ ପାଇଁ ଆନ୍ଧ୍ରକୁ କେନ୍ଦ୍ର ସରକାର ଅନୁଦାନ ଦେଇ ଓଡ଼ିଶାର କ୍ଷତି କରିଛି ।
ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ବୁଡ଼ିଯିବ। ଏହାକୁ ଆମେ ବିରୋଧ କରୁଛୁ । ଏହା ସତ୍ତ୍ଵେ ସରକାର କିଛି ଶୁଣୁ ନାହାନ୍ତି । ଲୋକମାନେ ବିଜେପିକୁ ଜବାବ ଦେବେ ବୋଲି କହିଛନ୍ତି ଅଶୋକ ଦାସ । କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,ଯଦି ପୋଲାଭରମ ପାଇଁ ନବୀନ ପଟ୍ଟନାୟକ ଆନ୍ଦୋଳନ କରିବେ, ମୁଁ ସମର୍ଥନ କରିବି । ବିଜେପିର ୨୦ ସାଂସଦ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା ।

Post Views7 Total Count

Apply Now


This will close in 0 seconds

error: Content is protected !!