ଆଜିଠୁ ଦୁଇଦିନିଆ ମାଲକାନଗିରିରେ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ମଧ୍ୟାହ୍ନ ୨ଟା ୫୦ ମିନିଟରେ ମାଥିଲିରେ ପହଞ୍ଚିବେ ପାଣ୍ଡିଆନ । ସେଠାରୁ ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ।
ସେଠାରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ଏବଂ ଅଧାରେ ଅଟକିଥିବା ମାଲକାନଗିରି ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ ।
ସେଠାରୁ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ 5T ସଚିବ । ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ ପରେ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ ।
ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି ।

