ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣରଙ୍କ ପରଲୋକ

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍ ଭେଙ୍କିଟରମଣନ୍ଙ୍କର ଚେନ୍ନାଇଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯୯୦ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ପାଇଁ ସେ ଉକ୍ତ ପଦରେ କାର୍ଯ୍ୟ କରିଥିଲେ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ୧୯୮୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଅର୍ଥ ସଚିବ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଦୁଇ ଝିଅ ଗିରିଜା ଓ ସୁଧା ଅଛନ୍ତି।
କିଛିଦିନ ହେଲା ସେ ଶଯ୍ୟାଶାୟୀ ଥିଲେ।

ଭେଙ୍କିଟରମଣନ୍ ୧୯୯୦ ଦଶକରେ ରିଜର୍ଭ ବ୍ୟାଙ୍କର ଅଷ୍ଟାଦଶ ଗଭର୍ଣ୍ଣର ହୋଇଥିଲେ। ସେହି ସମୟରେ ଦେଶର ବିଓପି (ବାଲାନ୍ସ ଅଫ ପେମେଣ୍ଟ୍) ସମସ୍ୟା ଜଟିଳ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସରକାରରେ ସେ ଏହି ପଦ ସମ୍ଭାଳିଥିଲେ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!