ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିତରୁ ଜଣେ ହେଉଛନ୍ତି ବୀରେନ୍ଦ୍ର କିସ୍କୁ ।

ତାଙ୍କର ଉଦ୍ଧାର ନେଇ ସ୍ତ୍ରୀ ରଜନୀ ଟୁଡୁ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବାଯାଏଁ ସୁଡ଼ଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି ୩୦ ବର୍ଷୀୟା ବିହାର ବାସିନ୍ଦା ରଜନୀ। ରଜନୀ କହିଛନ୍ତି, ସ୍ୱାମୀଙ୍କ ନିରାପତ୍ତା ନେଇ ସେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ।

ଦୀପାବଳି ଦିନକ ପୂର୍ବରୁ ସେ ସ୍ୱାମୀ ବୀରେନ୍ଦ୍ରଙ୍କ ସହ କଥା ହୋଇଥିଲେ। ଦୀପାବଳିରେ ତାଙ୍କ ଫୋନ ଆସିବ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କର ଫୋନ ଆସି ନ ଥିଲା। ବରଂ ଟନେଲରେ ସେ ଫଶୀଯାଇଥିବା ଖବର ଆସିଥିଲା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!