ତଣ୍ଟି କାଟି ମାଆକୁ ହତ୍ୟାକଲା ପୁଅ

ତଣ୍ଟି କାଟି ମାଆକୁ ହତ୍ୟାକଲା ପୁଅ । କୋରାପୁଟ ସୁନାବେଡା ଅମ୍ବେଦକର ନଗର ଉପର ସାହିରେ ଚାଞ୍ଚଲ୍ୟ । ଭାନୁ ଖରା ନାମକ ମହିଳାଙ୍କୁ ହତ୍ୟା କରିଛି ପୁଅ ବଳରାମ ଖରା । ବଳରାମ ଅନେକ ସମୟରେ ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲା ।

ଗତକାଲି ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଭାନୁଙ୍କୁ ଆକ୍ରମଣ କରି ହତ୍ୟ କରିଛି ବଳରାମ । ସକାଳୁ ଘଟଣା ଜଣାପଡିବା ପରେ ପଡ଼ୋଶୀ ସେମିଳିଗୁଡା ପୁଲିସ୍‌କୁ ଖବର ଦେଇଥିଲେ ।

ସୁନାବେଡା ଏସ୍ଡ଼ିପିଓ ସଦଳବଳ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବଳରାମର ମାନସିକ ବିକୃତି ରହିଥିବା ଜଣାପଡିଛି ।

Post Views8 Total Count

Apply Now


This will close in 0 seconds

error: Content is protected !!