ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଧାୟକ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ସେମାନେ ମଧ୍ୟ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ଏହି ଫଟୋକୁ ନେଇ ନାନା ଚର୍ଚ୍ଚା ହେଉଛି।
ସାଧାରଣ ନିର୍ବାଚନରେ ପରାଜୟ ପରେ ଚୁପ୍ ହୋଇଯାଇଥିଲେ ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। କେଉଁଠି କାହାର ଦେଖାନଥିଲା।

