ଆଜିଠୁ କଡ଼ାକଡ଼ି ହେବ ଗାଡ ଯାଞ୍ଚ । ମୁଖ୍ୟତଃ ଗାଡ଼ି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତାରେ ଯେପରି ଦୁର୍ଘଟଣାରେ କାହାର ଜୀବନ ଯିବନି ସେଥିପ୍ରତି ସତର୍କ ହୋଇଛି ପରିବହନ ବିଭାଗ ।
ଜିରୋ କାଜୁଆଲିଟି ଉପରେ ଫୋକସ ଦିଆଯାଇଛି ।ସ୍କୁଲ ଛାତ୍ରଛାତ୍ରୀ ଉପରେ ରହିବ କଡ଼ା ନଜର । ମୋଟର ଆଇନ 19-A ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଫାଇନ ।
ଏହାସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ । ଏହା ସହିତ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଗାଡ଼ି ଲାଇସେନ୍ସ ।

