ଭୁବନେଶ୍ବରକୁ ‘ଉପଯୁକ୍ତ ଭୋଜନ ଷ୍ଟେସନ’ ମାନ୍ୟତା

ଯାତ୍ରୀମାନଙ୍କ ଏହି ଚିନ୍ତାକୁ ଦୂର କରିବା ଲାଗି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ‘ଉପଯୁକ୍ତ ଭୋଜନ ଷ୍ଟେସନ’ ସାର୍ଟିଫିକେସନ ଅଭିଯାନ ଜାରି ରହିଛି।

ସେହି ଅଭିଯାନରେ ଦେଶର ୧୫୦ଟି ଷ୍ଟେସନକୁ ମାନ୍ୟତା ପ୍ରଦାନ କରାଯାଇଛି।ଉକ୍ତ ତାଲିକାରେ ଭୁବନେଶ୍ବର ଷ୍ଟେସନ ନାମ ରହିଛି। ଦେଶରେ ନୂଆଦିଲ୍ଲୀ, ବାରାଣାସୀ, କୋଲାକତା, ଉଜ୍ଜୟିନୀ, ଅଯୋଧ୍ୟା, ହାଇଦ୍ରାବାଦ, ଚଣ୍ଡିଗଡ଼, କୋଜିକୋଡ, ଗୁଆହାଟି, ବିଶାଖାପାଟଣା, ଭୁବନେଶ୍ବର, ଭଦୋଦରା, ମହୀଶୂର ସିଟି, ଭୋପାଳ, ଇଗତପୁରୀ,

ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍, ଚେନ୍ନାଇର ପୁରାଚି ଥଲାଇଭାର ଡକ୍ଟର ଏମଜି ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଳ ଷ୍ଟେସନ ଆଦିକୁ ‘ଉପଯୁକ୍ତ ଭୋଜନ ଷ୍ଟେସନ’ ସାର୍ଟିଫିକେସନ ପ୍ରଦାନ କରାଯାଇଛି। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ବିଭିନ୍ନ ମାନଦଣ୍ଡ ଆଧାରରେ ଅନୁଶୀଳନ କରି ଏହି ମାନ୍ୟତା ପ୍ରଦାନ କରାଯାଉଛି।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!