ଏଣିକି ଓଡ଼ିଶା ସିଭିଲ ସର୍ଭିସରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି ।
ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି ।
୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଏହାକୁ ୨୭ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଛି ।

