ଆସନ୍ତା ୧୦ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା 

ଆସନ୍ତା ୧୦ରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬ ।ଇଡ୍କୋ ପ୍ରଦର୍ଶନୀ ପଡିଆରେ ହେବ ଆୟୋଜିତ । ଯାହା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ବୁଲିପାରିବେ ରାଜଧାନୀବାସୀ ।ମେଳା ବୁଲି ମଜା ଉଠାଇପାରିବେ ଲୋକ। ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ଚଳିତ ଥର ମେଳାରେ ମୋଟ ୩୪୦ ଟି ଷ୍ଟଲ ଖୋଲିବ। ଶିଶିର ସରସ ମେଳାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ। ଏଥିସହ ୨୦ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ଗୋଆ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ ,କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟରୁ ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ ।ମେଳା ଭିତରେ ୩୫ ଟି ସ୍ୱତନ୍ତ୍ର ଫୁଡ ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମେଳାରେ ୩୦ କୋଟିର ବ୍ୟବସାୟ ଲକ୍ଷ୍ୟ ରହିଥିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା।

Post Views29 Total Count

Apply Now


This will close in 0 seconds

error: Content is protected !!