ମୁଖ୍ୟମନ୍ତ୍ରୀଙ୍କ ମେଗା ରକ୍ତଦାନ ଶିବିର ଆରମ୍ଭ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଆରମ୍ଭ ହୋଇଛି ।

ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶିବିରକୁ ଉଦଘାଟନ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଭୂୟସା ପ୍ରଶଂସା କରିବା ସହ ସମସ୍ତ ରକ୍ତଦାତା ଓ ଆୟୋଜକଙ୍କୁ ଧନ୍ୟବାଦ କରିଥିଲେ ।

ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ, ନେତା, କାର୍ଯ୍ୟକର୍ତ୍ତା, କର୍ମୀ ସାମିଲ ହୋଇଥିଲେ।

ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଦଳୀୟ କର୍ମୀ, ଶୁଭେଚ୍ଛୁ ଆସି ସ୍ଵେଚ୍ଛାକୃତ ରକ୍ତ ଦାନ କରିଛନ୍ତି। ଏହି ଦିନଟିକୁ ସେବା ଦିବସ ଭାବେ ପାଳନ କରାଯାଇ ରକ୍ତ ଦାନ ସହିତ ବିଭିନ୍ନ ସେବା କାର୍ଯ୍ୟ ଅନୁଷ୍ଠିତ କରାଯାଇଛି ।

Post Views30 Total Count

Apply Now


This will close in 0 seconds

error: Content is protected !!