ଭବାନୀପାଟଣା ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଏହି ପ୍ରକଳ୍ପ ଦ୍ବାରା ପିପଲନଲା, କଳାହାଣ୍ଡି, ଲାଞ୍ଜିଗଡ଼, ଭଟ୍ଟାଙ୍ଗପଦର ଅଞ୍ଚଳର ଚାଷୀ ଉପକୃତ ହେବେ ।

ରାସ୍ତାର ମଧ୍ୟ ସଂପ୍ରସାରଣ କରାଯିବା ସହ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ବର୍ଷକ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ପ୍ରସ୍ତାବିତ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ପରେ ଭଟ୍ଟାଙ୍ଗପଦର ଏଚଏସ ଗ୍ରାଉଣ୍ଡରେ ପହଞ୍ଚି ଛାତ୍ରଛାତ୍ରୀ ଓ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଭଟ୍ଟାଙ୍ଗପଦରରୁ ଭବାନୀପାଟଣା ପର୍ଯ୍ୟନ୍ତ ରାସ୍ତାକୁ ଉନ୍ନତିକରଣ କରାଯିବ । ଏହାସହ ରାବଣଦୋର ଜଳପ୍ରପାତର ମଧ୍ୟ ବିକାଶ କରାଯିବ । ପର୍ଯ୍ୟଟକଙ୍କ ପାଇଁ ନୂଆ ଡେଷ୍ଟିନେସନ ସାଜିବ ।

ଏହା ପରେ ମା’ ମାଣିକେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ପାଇଁ ସେବାୟତ ଓ ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ କଲମପୁର ମିନି ଷ୍ଟାଡିୟମ, ମଙ୍ଗଳପୁର ବ୍ୟାରେଜ ନିକଟରେ ଇନ୍ଦ୍ରାବତୀ ପାର୍କ ଓ ମିଉଜିୟମ ପରିଦର୍ଶନ କରିବେ । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାର୍ଯ୍ୟର ତଦାରଖ କରିବେ 5T ସଚିବ ।

