୩୦ ଜିଲ୍ଲା ବୁଲିବେ ୩୦ ସଚିବ

୩୦ ଜିଲ୍ଲା ବୁଲିବେ ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଗସ୍ତ ସମୟରେ ଜିଲ୍ଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବେ ସଚିବ। ଗ୍ରାମ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ ।

ଦିନକୁ ଅତିକମରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନ ଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡ଼ିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିବେ। ଅଙ୍ଗନବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହାସହ ବିଦ୍ୟାଳୟ ଓ ଛାତ୍ରୀ ନିବାସ ଯାଇ ବାଳିକା ମାନଙ୍କ ସହ କଥା ହୋଇ ସେମାନଙ୍କ ମତାମତ ନେବେ।

୮ଟି ଡିଏମଏଫ୍ ଜିଲ୍ଲା ଗସ୍ତ କରି ସେଠାରେ ଡିଏମଏଫ୍ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ସରିବା ପରେ ଗୁରୁତ୍ବପୂର୍ଣ ବିଷୟ ଗୁଡ଼ିକ ଉପରେ ଜିଲ୍ଲାପାଳ ଓ ସବୁ ଜିଲ୍ଲା ଅଧିକାରୀଙ୍କ ସହ ଅତିକମରେ ହାପ୍ ଡେ ଆଲୋଚନା କରିବେ। ଏବଂ ସବୁ ଯୋଜନା ଗୁଡ଼ିକର ସମୀକ୍ଷା କରିବେ । ଜିଲ୍ଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ୍ ଜଳସେଚନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପ ଗୁଡ଼ିକର ବି ସମୀକ୍ଷା କରିବେ।ଆକାଂକ୍ଷୀ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ । ଜିଲ୍ଲାରେ ଅବସ୍ଥାପିତ ହୋଇଥିବା କନିଷ୍ଠ ଅଧିକାରୀ ତଥା ଆଇଏଏସ ମାନଙ୍କ ସହ ଆଲୋଚନା କରିବେ।ଅଧିକାରୀ ମାନେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଭାବରେ ପରିଦର୍ଶନ କରିବାକୁ ଯିବେ ଏବଂ ପ୍ରତି ଟି ପରିଦର୍ଶନ ସାରାଂଶ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କୁ ଜଣାଇବେ। ପ୍ରତି ତିନି ମାସରେ ଥରେ ଆବଣ୍ଟିତ ଜିଲ୍ଲା ପରିବର୍ତ୍ତନ କରାଯିବ। ଏଥିରେ ଅଧିକ ସ୍ବଚ୍ଛତା ପାଇଁ ଖୁବଶୀଘ୍ର ଏକ ପୋର୍ଟାଲ ବ୍ୟବସ୍ଥା କରାଯାଇ, ପରିଦର୍ଶନ ରିପୋର୍ଟ ଗୁଡ଼ିକୁ ଅପଲୋଡ଼ କରାଯିବ ବୋଲି ଯୋଜାନା ଓ ସଂଯୋଜନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!