ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା

ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର । ପ୍ରଥମ ଥର ଲାଗି ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ସୂଚନା ଦେଇଛନ୍ତି।

ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବାଲିଯାତ୍ରାର କଳେବର ବୃଦ୍ଧି ପାଇବ । ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଯାନବାହନ ରଖିବା ପାଇଁ ପାର୍କିଂ ସ୍ଥଳ ଅଧିକ ହେବ । ପ୍ରଥମ ଥର ଲାଗି ବାଲିଯାତ୍ରା ପଡିଆରେ ଗ୍ରୀନ କରିଡର ରହିବ । ବାଲିଯାତ୍ରା ସମୟରେ ପଡିଆରେ ୫ ଟି ଆମ୍ବୁଲାନ୍ସ ରହିବ । ସେହିପରି ଓରମାସ ଷ୍ଟଲ ସଂଖ୍ୟା ୫୦୦ କୁ ବୃଦ୍ଧି ପାଇବ। ଭାରତୀୟ ନେଭି ସ୍ୱତନ୍ତ୍ର କଳା କୌଶଳ ବାଲିଯାତ୍ରା ପଡିଆରେ ପ୍ରଦର୍ଶନ କରିବେ। ବୈଠକ ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

 

 

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!