ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ହାଣିଲା ଦୁର୍ବୃତ୍ତ

କୋଟିକୋଟି ଜନତାଙ୍କ ଆରାଧ୍ୟ ଦେବତା ତଥା ଆସ୍ଥା ଓ ବିଶ୍ବାସର ପ୍ରବିତ୍ର ତୀର୍ଥସ୍ଥଳୀ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କର ଜଣେ ସେବାୟତଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀଙ୍କୁ ପଶ୍ଚିମଦ୍ୱାର ନିକଟରେ ଜଣେ ଦୁର୍ବୃତ୍ତ ଭୁଜାଲିରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିସରରେ ଥିବା ପଶ୍ଚିମ ଦ୍ବାର ଦେଇ ଯାଉଥିବା ବେଳେ ତାଙ୍କୁ ପୂର୍ବରୁ ଅନୁସରଣ କରୁଥିବା ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇ ଶ୍ରୀ ପଢ଼ିଆରୀ ତଳେ ପଡ଼ି ଛଟପଟ ହେଉଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା। ଏହି ସମୟରେ ସେଠାରେ ମୁତୟନ ଥିବା ଶ୍ରୀମନ୍ଦିର ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଶ୍ରୀ ପଢ଼ିଆରୀଙ୍କୁ ଚିକିତ୍ସା ସୁବଧା ଦିଆଯାଇଛି। ଆକ୍ରମଣ ଯୋଗୁଁ ତାଙ୍କର ଶରୀରର ଏକାଧିକ ସ୍ଥାନ କ୍ଷତ ଚିହ୍ନ ରହିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ରୀ ପଢ଼ିଆରୀଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତମାନେ ଖୁବ ଶୀଘ୍ର ଧରାପଡ଼ିବେ ବୋଲି ଏସ୍‌ଡିପିଓ କହିଛନ୍ତି। କାର୍ତ୍ତିକ ମାସ ଆରମ୍ଭରୁ ଅଣ ପଞ୍ଜୀକୃତ ହବିଷ୍ୟାଳିଙ୍କ ଆନ୍ଦୋଳନ ଯୋଗୁଁ ପ୍ରଶାସନ ହରଡ଼ ଘଟଣାରେ ପଡିଥିଲା। ଆଜି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହେଉ ହେଉ ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁରୀ। ସେବାୟତଙ୍କୁ ଆକ୍ରମଣ କରିଛି ଅଣ ସେବାୟତ। ଆନନ୍ଦବଜାରରେ ରାବିଡ଼ି ବିକ୍ରି କରୁଥିବା ଅଣସେବାୟତ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଶାନ୍ତି ଓ ଧର୍ମର ଉତ୍କୃଷ୍ଠ ସ୍ଥାନ ପୁରୀ ମନ୍ଦିରରେ ଅନେକ ସମୟରେ ହିଂସା ଘଟଣା ଦେଖିବାକୁ ମିଳୁଛି। ଅତୀତରେ ମଧ୍ୟ ଶ୍ରୀମନ୍ଦିରରେ ଏହି ଭଳି ଆକ୍ରମଣ ଘଟଣା ଘଟିଛି। ୨୦୨୨ ଜୁଲାଇ ମାସରେ ଶ୍ରୀମନ୍ଦିରରେ ରୋଷ ଚୁଲିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେବାୟତ ରଘୁନାଥ ମହାପାତ୍ର ନିଜ ଦାୟିତ୍ୱରେ ଥିବା ଚୁଲିକୁ ମରାମତି କରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଚୁଲିଂ ନମ୍ବର ୭୪, ୭୫, ୭୬ ଓ ୭୭ରେ ସେବାୟତ ରଘୁନାଥ ମହାପାତ୍ର ଗଲା ବାରବର୍ଷ ହେବ ରୋଷେଇ କରି ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଉଥିଲେ। ନୀଳାଚଳ ଅବଢ଼ା ବାହାରିବାକୁ ଥିବା ହେତୁ ମିସ୍ତ୍ରି ନେଇ ନିଜର ଚୁଲିଗୁଡ଼ିକୁ ମରାମତି କରୁଥିଲେ। ସେହି ସମୟରେ ଅନ୍ୟ ଜଣେ ସେବାୟତ ୫ରୁ ୬ଜଣ ଅସାମାଜିକ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ସେଠାରେ ଚୁଲି ମରାମତି ନ କରିବା ପାଇଁ କହିଥିଲେ। ସେବାୟତ ରଘୁନାଥ ଏହାର ପ୍ରତିବାଦ କରିବାରୁ ଏକ ଗୋଟା ଇଟା ତାଙ୍କ ମୁଣ୍ଡକୁ ନରସିଂହ ମାରିଥିଲେ। ରଘୁନାଥଙ୍କ ପରିବାର ଲୋକେ ଓ ଶ୍ରୀମନ୍ଦିର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

 

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!