ବସ୍‌ ଦୁର୍ଘଟଣା​‌ରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ

ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେ  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ ବୋଲି ଜଣାପଡ଼ିଥିବା‌ବେଳେ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଶୀଲାଙ୍କୁ ତାଙ୍କ ପ୍ରେସ୍ ପରିଚୟପତ୍ରରୁ ଚିହ୍ନଟ କରିଛି।

ରିପୋର୍ଟ ଅନୁସାରେ,ମହିଳା ସାମ୍ବାଦିକ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। ଫଳରେ ସ୍କୁଟି ତଳେ ପଡ଼ିଯାଇଥିଲା। ସେହି ସମୟରେ ​​ପଛ ପଟୁ ଆସୁଥିବା ଏକ ବସ୍ ସ୍କଟିକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ସ୍କୁଟିଟି ପ୍ରାୟ ୨୦ ମିଟର ଟାଣି ହୋଇଯାଇଥିଲା। ଫଳସ୍ୱରୂପ, ଶୀଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Post Views5 Total Count

Apply Now


This will close in 0 seconds

error: Content is protected !!