ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ ନବୀନ

ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଯୋଡି ହେବ ନୂଆଫର୍ଦ୍ଦ। ରାଉରକେଲାରେ ଆଜି ଉଦଘାଟନ ହେବ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ଯାହାକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୋ ବସ ସେବା, ୧୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ସହ ୧୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିବେ ସିଏମ।

ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ବକପ ହକିର ଆୟୋଜନ ହେବାକୁ ଥିବାବେଳେ ଅନେକ ପ୍ରକଳ୍ପର ଲୋକାର୍ପଣ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଆଣିଦେଇଛି। ତେବେ ଏହି ହକି ଷ୍ଟାଡିୟମ ୧୫ ମାସ ଅବଧିରେ ନିର୍ମିତ ହୋଇଛି। ଯେଉଁଥିରେ ବିଶ୍ବକପ ଖେଳାଯିବ। ସୂଚନାଥାଉକି, ଆଜି ୧୨ଟା ୧୫ରେ ରାଉରକେଲା ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ତାଙ୍କ ସହ କ୍ରୀଡାମନ୍ତ୍ରୀ, ୫ଟି ସଚିବ, କ୍ରୀଡା ସଚିବ ରହିବେ। ବିମାନବନ୍ଦରରୁ ବିପିୟୁଟି ପରିସରକୁ ଯାଇ ସେଠାରେ ନିର୍ମାଣ ହୋଇଥିବା ୱାର୍ଲଡ କପ ଭିଲେଜକୁ ଉଦଘାଟନ କରିବା ସହ ସେଠାରେ ରହୁଥିବା ଭାରତୀୟ ହକି ଟିମକୁ ଭେଟି ଖେଳାଳିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ପରେ ଅପରାହ୍ନ ୪ଟାରେ ସୁନ୍ଦରଗଡ ମେଡିକାଲ କଲେଜ, ମୋ ବସ ସେବା, ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ପରେ ଅପରାହ୍ନ ୪ଟା ୨୦ରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ସୂଚନା ଥାଉକି, ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ ଖେଳାଯିବ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!