ବିଶ୍ବକପ୍ ଫାଇନାଲ୍ ଲାଗି ଅହମଦାବାଦ ଯିବାକୁ ସ୍ବତନ୍ତ୍ର ରେଳ

ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍ ୨୦୨୩’ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ସେଥିପାଇଁ ଏହି ସ୍ବତନ୍ତ୍ର ରେଳ ସବୁ ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ।

ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବେଳେ ବାକି ୩ଟି ଟ୍ରେନ୍ ମୁମ୍ବାଇରୁ ଅହମଦାବାଦ ମଧ୍ୟର ଚଳାଚଳ କରିବ।

ମ୍ୟାଚ୍ ଶେଷ ହେବା ପରେ ରାତି ପ୍ରାୟ ୨.୩୦ରେ ଏହି ସ୍ବତନ୍ତ୍ର ରେଳ ସବୁ ଅହମଦାବାଦ୍ରୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ। ବର୍ଦ୍ଧିତ ବିମାନ ଟିକେଟ୍ ମୂଲ୍ୟଠାରୁ ସ୍ବତନ୍ତ୍ର ରେଳର ଟିକେଟ୍ ମୂଲ୍ୟ ଯେମିତି ଶସ୍ତା ହୁଏ, ସେଥିପ୍ରତି ଭାରତୀୟ ରେଳବାଇ ବିଶେଷ ଧ୍ୟାନ ଦେଇଛି।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!