ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଂ ଅଫିସର। ଓଡ଼ିଶାରୁ ୩ଟି ଆସନ ଖାଲି ହେଉଥିବା ବେଳେ ୩ ପ୍ରାର୍ଥୀଙ୍କ ଛଡ଼ା ଅନ୍ୟକୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ ଦୁଇ ଜଣଙ୍କ ନାମାଙ୍କନ ଭରି ଥିବାବେଳେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ।

