ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ୨୦ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ୍

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ତଦନ୍ତର ୯୦ ଦିନ ପୂରଣ ହେବାକୁ ଥିବାରୁ ଆଇନଗତ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଶେଷ କରିଛି ।

ମାମଲାରେ ଗିରଫ ହୋଇଥିବା ସମସ୍ତ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେବାର ସମ୍ଭାବନା ରହିଛି । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ଫରେନସିକ୍ ରିପୋର୍ଟ ଏବଂ ଡିଜିଟାଲ୍ ସାକ୍ଷ୍ୟକୁ ମଧ୍ୟ ଯାଞ୍ଚ କରିଛି ।

ସେହିସବୁ ଆଧାରରେ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ଏବେ ସମସ୍ତଙ୍କ ନଜର ଚାର୍ଜସିଟ୍ ଉପରେ ରହିଛି । ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିବା ପଛରେ କ’ଣ ଷଡଯନ୍ତ୍ର ଥିଲା, ଏହାର ପ୍ରକୃତ କାରଣ କ’ଣ ଥିଲା ଏବଂ କେଉଁ କେଉଁ ପ୍ରମାଣକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୋଗ ଆଣିଛି, ତାହା ଚାର୍ଜସିଟ୍ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହେବ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!