ଗିରଫ ହେଲେ ଉଦୟନିଧି ଷ୍ଟାଲିନ୍

ଗିରଫ ହେଲେ ଉଦୟନିଧି ଷ୍ଟାଲିନ୍ । ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁସାରେ, କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ଉଦୟନୀଧି ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ ।

ସଭା ମଧ୍ୟରୁ “ତ୍ରିଷା-ତ୍ରିଷା” ନାରା ଶୁଣାଯାଇଥିଲା । ଉଦୟନିଧି କିଛି ସମୟ ଚୁପ ରହିବା ପରେ ହସିଥିଲେ । ପରେ ଏକ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ, ଯାହାକୁ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ ବୋଲି ଧରାଯାଇଥିଲା ।ଉଲ୍ଲେଖଯୋଗ୍ୟ ଯେ ଅଭିନେତ୍ରୀ ତ୍ରିଷା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଘନିଷ୍ଠ ବନ୍ଧୁ ।

ସୋସିଆଲ ମିଡିଆରେ ଅନେକ ଲୋକ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଆଲୋଚନା କରନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାସକ ଟିଭିକେ ଏବଂ ବିରୋଧୀ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!