ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’କୁ ସମ୍ବୋଧିତ କରି କହିଛନ୍ତି ଯେ ଏଭଳି ପଦକ୍ଷେପ ରାଜ୍ୟର
ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ। ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ । ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏହି ସମ୍ମିଳନୀ ଆମକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରୂପାନ୍ତର ଆମ ପାଇଁ କେବଳ ଏକ ନୂଆ ବାଟ ନୁହେଁ, ଏହା ଏକ ଆବଶ୍ୟକତା। ପ୍ରମୁଖ ଶିଳ୍ପ ନେତୃତ୍ୱ ଏବଂ ବିଭିନ୍ନ ଅଂଶୀଦାରମାନେ ଏକାଠି ହୋଇ ଭବିଷ୍ୟତର ମାନବ ସମ୍ବଳ ଲାଗି ଅପାର ସମ୍ଭାବନା ତଥା ଓଡ଼ିଶା ପାଇଁ ଅସୀମ ସମୃଦ୍ଧି ସୃଷ୍ଟି ଲାଗି ରାସ୍ତା ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି
ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ଆଜି ସ୍କିଲ୍ଡ-ଇନ୍-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହୋଇଥିବାବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିଖର ସମ୍ମିଳନୀ ଦେଶବିଦେଶର ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ଏହି ଅବସରରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

