ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ ନିବେଶ

ଓଡ଼ିଶା ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ର ହବ୍ରେ ପରିଣତ ହେବାକୁ ଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲ୍ ଏସ୍ଇଜେଡ୍ରେ ଏମ୍ସିଏମ୍ଇ ଗ୍ରୁପ୍, ୱେଲ୍ସ୍ପନ୍ ନିଉ ଏନର୍ଜି, ସେମ୍ବକର୍ପ ଗ୍ରିନ୍ ହାଇଡ୍ରୋଜେନ୍, ଆଭାଡା ଗ୍ରୁପ୍, ରିନିଉ ଇ-ଫୁଏଲ୍ ଭଳି କଂପାନି ସେମାନଙ୍କ କାରଖାନା ସ୍ଥାପନ କରିବା ଲାଗି ଘୋଷଣା କରିଛନ୍ତି। ଏନେଇ କଂପାନିଗୁଡ଼ିକ ଏମ୍ଓୟୁ ମଧ୍ୟ ସ୍ବାକ୍ଷର କରିଛନ୍ତି। ପାରାଦୀପକୁ ମଧ୍ୟ ଗ୍ରିନ୍ ହାଇଡ୍ରୋଜେନ୍ ହବ୍ରେ ପରିଣତ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ସେଠାରେ ବିଶେଷ କରି ସଂରକ୍ଷଣ, ପରିବହନ ଆଦି ଉପରେ ବିଶେଷ ଧ୍ୟାନ ଦିଆଯାଉଛି।
ଆଇଟି, କନ୍ସଲ୍ଟିଂ ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଲାଗି ୨୦୨୩ ଏକ ଚମତ୍କାର ବର୍ଷ ସାବ୍ୟସ୍ତ ହୋଇଛି। ଭୁବନେଶ୍ବରରେ ଇୱାଇ ଇଣ୍ଡିଆ, ଆଇବିଏମ୍, ପିଡବ୍ଲୁସି, ଡେଲଏଟ୍, କନସେଣ୍ଟ୍ରିକ୍ସ, ହାପିଏଷ୍ଟ୍ ମାଇଣ୍ଡ୍, ଇନ୍ଫୋସିସ୍ ବିପିଏସ୍, ସିନୋପ୍ସିସ୍ ଓ ଆକ୍ସେଞ୍ଚର ଭଳି ବିଶ୍ବସ୍ତରୀୟ ଆଇଟି ଓ କନସଲଟିଂ କଂପାନି ସେମାନଙ୍କ ଗ୍ଲୋବାଲ ଡେଭେଲପମେଣ୍ଟ ଓ ଆଉଟ୍ସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!