ପୁଣି ଡରାଇଲାଣି କରୋନା । କେରଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୫ କରୋନୋ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି. କେରଳରେ ସର୍ବାଧିକ ୪ ପଜିଟିଭଙ୍କ ମୃତ୍ୟୁ ହୋଇଛି ।ସେହିଭଳି ଉତ୍ତରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୩୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ନୂଆ ପଜିଟିଭ ସଂଖ୍ୟାକୁ ମିଶାଇ ମୋଟ ୧୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆରମ୍ଭ ହେବାର ପରଠାରୁ ଦେଶରେ ଆଜି ସୁଦ୍ଧା ସାଢେ ୪ କୋଟିରୁ ଅଧିକ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କୋଭିଡର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । କୋଭିଡର ନୂଆ ଭାରିଆଣ୍ଟ JN ଡଟ୍ 1 ଚିହ୍ନଟ ହୋଇଛି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥତା ହାର ଅଧିକ ରହିଛି । ବର୍ତ୍ମତାନ ସୁଦ୍ଧା ୯୮. ୮୧ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

