NMDCSର ନୂଆ ଲୋଗୋ ଉନ୍ମୋଚିତ

ଏନ୍ଏମ୍ଡିସିର ନୂତନ ଲୋଗୋ ନିକଟରେ ଉନ୍ମୋଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ,କ୍ରମାଗତ ୨ୟ ବର୍ଷ ଲାଗି କମ୍ପାନୀ ରେକର୍ଡ ପରିମାଣ (୪୦ନିୟୁତ)ର ଉପତ୍ାଦନ ସାଙ୍ଗକୁ ନୂତନ ମାଇଲଖୁଣ୍ଟ ହାସଲ କରିବା ପରିପ୍ରେକ୍ଷୀରେ କମ୍ପାନୀର ନୂଆ ଲୋଗୋ ଉନ୍ମୋଚିତ ହୋଇଥିଲା। ବିଶେଷ କରି ଏହା ଏନ୍ଏମ୍ଡିସିର ଭବିଷ୍ୟତ ସମ୍ଭାବନା ଓ ଦୃଢ଼ତାକୁ ପ୍ରତିଫଳିତ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସ୍ମାର୍ଟ ଖଣି ଖନନ ପାଇଁ ଏକ ଦୃଢ଼ ଡିଜିଟାଲ୍ ରୋଡ୍ମ୍ୟାପ୍କୁ ନେଇ କମ୍ପାନୀ ଏନ୍ଏମ୍ଡିସି-୨.୦ ଆଡ଼କୁ ଅଗ୍ରସର ହୋଇଛି।

ଏ ସମ୍ପର୍କରେ ସିନ୍ଧିଆ କହିଛନ୍ତି, ଏହି ରୂପାନ୍ତରଣ ଯାତ୍ରାରେ ଭାରତର ସର୍ବବୃହତ ଲୁହାପଥର କମ୍ପାନୀ ଭାବେ ଏନ୍ଏମ୍ଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ବାର୍ଷିକ ୪୦ ନିୟୁତ ଟନ୍ ଉପତ୍ାଦନ ସହ ଭାରତର ଲୁହାପଥର ଉପତ୍ାଦନ ପ୍ରତି ପ୍ରାୟ ୧୬% ଯୋଗଦାନ ପ୍ରଦାନ କରୁଛି। ସେହିଭଳି କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ରନାଥ ସିହ୍ନା କହିଛନ୍ତି ,ଏହା କେବଳ ଶିଳ୍ପ ଅଭିଳାଷଠାରୁ ଆଗକୁ ବଢ଼ି ପ୍ରକୃତି ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିବାକୁ ଆଗେଇ ଆସିଛି।

ସେହିପରି ଏନ୍ଏମ୍ଡିସିର ସିଏମ୍ଡି ଅମିତାଭ ମୁଖାର୍ଜୀ କହିଛନ୍ତି, ନୂଆ ଲୋଗୋ ଆମ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୂପ ଆମେ ନୀଳ ରଙ୍ଗକୁ ରଖିଛୁ,ଯାହା ବିଗତ ଦଶନ୍ଧିଗୁଡ଼ିକରେ ଆମେ ହାସଲ କରିଥିବା ଦ୍ରୁତ ଓ ବିଶ୍ୱସନୀୟତାକୁ ଦର୍ଶାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା,ଏନ୍ଏମ୍ଡିସିର ସିଏମ୍ଡି (ଇନଚାର୍ଜ) ଅମିତାଭ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!