ଆଜି ପବିତ୍ର ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ହୋଇଥିଲା ଜୟ । ଆଜି ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ବର ବେଶ ବା ସୁନାବେଶ ହେବ। ଅବକାଶ ନୀତି ପରେ ତିନି ବାଡ଼ରେ ଚନ୍ଦନ ଲାଗି ଶେଷ ହୋଇ ନୂଆଲୁଗା ଓ ନିର୍ଦ୍ଦିଷ୍ଟ ଅଳଙ୍କାରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଭଣ୍ଡାର ଘରେ ପୂଜା ପାଉଥିବା ଆୟୁଧକୁ ସ୍ବତନ୍ତ୍ର ପୂଜା ବିଧି ଅନୁଯାଇ ମନ୍ଦିର ପ୍ରଦକ୍ଷିଣ କରି ସିଂହାସନକୁ ବିଜେ କରାଯିବା ସହ ଆୟୁଧ ଲାଗି ହୁଏ । ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି ।
Related Posts
ଇଞ୍ଜିନିୟର ରାମ ପ୍ରସାଦ ପଣ୍ଡା
ବ୍ୟକ୍ତିତ୍ୱ ଯେତିକି ଉଚ୍ଚ, ଚିନ୍ତାଧାରା ସେତିକି ମାର୍ଜିତ । ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଭୁବନେଶ୍ୱରଙ୍କ ଚିଫ ଜେନେରାଲ ମ୍ୟାନେଜର…
ଓଡ଼ିଶାରେ ସାଟେଲାଇଟ୍ ଲଞ୍ଚ ପ୍ୟାଡ୍ ପାଇଁ ଇସ୍ରୋର ପ୍ରସ୍ତାବ
ଓଡ଼ିଶାରେ ପ୍ରତିଷ୍ଠା ହୋଇପାରେ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର । ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଛି…
ଗଣଦୁଷ୍କର୍ମ ଘଟଣା : ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ୧୩ ଦଫା ସମ୍ବଳିତ ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ପଞ୍ଚାୟତ ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମରେ ଘଟିଯାଇଥିବା ଲଜ୍ଜାଜନକ ଘଟଣା ସମ୍ପର୍କରେ ଆମ୍ ଆଦମୀ…

