ଦୂଷିତ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଛଟପଟ ହେଲେଣି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ରେଡ ଲାଇଟ ଅନ ଓ ଗାଡି ଅଫ୍ ନିୟମ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ନିୟମ ଅନୁସାରେ ଟ୍ରାଫିକରେ ରେଡ ସିଗନାଲ ଆସିବା କ୍ଷଣି ହିଁ ଗାଡିର ଇଞ୍ଜିନ ବନ୍ଦ କରିବାକୁ ପଡିବ । ଦିଲ୍ଲୀରେ ଲକ୍ଷ ଲକ୍ଷ ବାଇକ ଯୋଗୁ ପ୍ରଦୂଷଣ ତୀବ୍ର ବେଗରେ ବୃଦ୍ଧି ପାଉଛି । ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ସମସ୍ତ ମୋଟର ସାଇକେଲ ଆରୋହୀଙ୍କୁ ନିଜ ଗାଡିର ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ ଅପଟେଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଓ୍ବାର୍କଫ୍ରମ ହୋମ ନୀତି ଲାଗୁ କରାଯାଇଛି । ସମସ୍ତ ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।

