ଆସିବ ୧୦ କେଜିଆ ଏଲ୍‌ପିିଜି ସିଲିଣ୍ଡର

ତୈଳ କମ୍ପାନିଗୁଡ଼ିକ ହାଲୁକା ୧୦ କେଜିଆ ଏଲ୍‌ପିିଜି ସିଲିଣ୍ଡର ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ୧୪.୨ କେଜିଆ ସିଲିଣ୍ଡର ପାଇପାରୁନଥିବା ‌ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଦ୍ବାରା ପ୍ରବାସୀ ଶ୍ରମିକ, ଭଡ଼ାଟିଆ, ଛାତ୍ରଛାତ୍ରୀ, ରାସ୍ତାକଡ଼ ‌ବେପାରୀ, କାଫେ ଓ ଖାଦ୍ୟ ବିକ୍ରି କରୁଥିବା ଦୋକାନଗୁଡ଼ିକ ଉପକୃତ ହେବେ। ୧୯ କେଜିଆ ବଡ଼ ବାଣିଜ୍ୟିକ ସିଲିଣ୍ଡର ରଖିବାକୁ ସ୍ଥାନର ଅଭାବ ଥିବା ଦୋକାନଗୁଡ଼ିକ ଏହି ଛୋଟ ସିଲିଣ୍ଡର କିଣିପାରିବେ।୧୦ କେଜିଆ ଏଲ୍‌ପିଜି ସିଲିଣ୍ଡରକୁ ଅତ୍ୟାଧୁନିକ କମ୍ପୋଜିଟ୍‌ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଉଛି ଏବଂ ସେଥିରେ ତିନିଟି ସ୍ତର ରହିଛି। ତାହା ପାରମ୍ପରିକ ସିଲିଣ୍ଡର ତୁଳନାରେ ୫୦ ପ୍ରତିଶତ ହାଲୁକା। ତାହାକୁ ପରିବହନ କରିବା ମଧ୍ୟ ବେଶ୍‌ ସହଜ। ଇସ୍ପାତ ସିଲିଣ୍ଡର ତୁଳନାରେ କମ୍ପୋଜିଟ୍‌ ସିଲିଣ୍ଡରକୁ ସହଜରେ ଉପର ମହଲାକୁ ନେଇହେବ। ସିଲିଣ୍ଡରରେ କେତେ ଗ୍ୟାସ୍‌ ରହିଛି ତାହାକୁ ମଧ୍ୟ ଗ୍ରାହକମାନେ ବାହାରୁ ଦେଖିପାରିବେ।

ଏହି ୧୦ କେଜିଆ ଏଲ୍‌ପିଜି ସିଲିଣ୍ଡର ଏଚ୍‌ପିସିଏଲ୍‌ର ଏଚ୍‌ପି ଗ୍ୟାସ୍‌ ଓଜସ୍‌, ଇଣ୍ଡିଆନ ଅଏଲ୍‌ର ଇଣ୍ଡେନର ଏକ୍ଟ୍ରାଲାଇଟ୍‌ ଓ ବିପିସିଏଲ୍‌ର ଭାରତଗ୍ୟାସ୍‌ ଲାଇଟ୍‌ ନାମରେ ବିକ୍ରି ହେଉଛି। ତୈଳ କମ୍ପାନିଗୁଡ଼ିକ ଏବେ ୧୯ କେଜିଆ, ୫ କେଜିଆ ଓ ୨ କେଜିଆ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜ୍ୟିକ ଦରରେ ବିକ୍ରି କରୁଛନ୍ତି। ଘରୋଇ ଏଲ୍‌ପିଜି ସଂଯୋଗ ନେଇନଥିବା ଗ୍ରାହକମାନଙ୍କୁ ତାହା ଯୋଗାଇ ଦିଆଯାଉଛି। ୧୪ କେଜିଆ ଏଲ୍‌ପିଜିର ଦାମ୍‌ ୯୮୦ ଟଙ୍କା ପାଖାପାଖି ରହିଛି। କିନ୍ତୁ ୧୯ କେଜିଆ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୩୦୦୦ ଟଙ୍କା ପାଖାପାଖି ରହିଛି। ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୮୦୮ ଟଙ୍କା ୫୦ ପଇସା ରହିଛି। ZZ

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!