୨୬ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଦାରା ସିଂହ !

ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ। ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୬ ବର୍ଷ ଧରି କାରାଗାରରେ ବନ୍ଦୀ ଥିବା ଦାରା ସିଂହଙ୍କ ମୁକ୍ତି ପାଇଁ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଡିଭିଜନ ବେଞ୍ଚର ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। କୋର୍ଟ ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ଜେଲ୍ରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ‘ଷ୍ଟେଟ ରିଭ୍ୟୁ ବୋର୍ଡ’ ବୈଠକରେ ଭଲ ଆଚରଣ ଓ ଦୀର୍ଘ ଦିନର ସଜା କାଟିବା ଆଧାରରେ ଦାରା ସିଂହଙ୍କୁ ଜେଲ୍ରୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଆଧାରରେ ଦାରା ସେନା ପକ୍ଷରୁ ମାମଲା ପରିଚାଳନା କରାଯାଇଥିଲା।

ଦାରା ସେନା ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏ. ପି. ସିଂହ ଏହି ନିଷ୍ପତ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ଆଇନଜୀବୀଙ୍କ ସୂଚନା ଅନୁଯାୟୀ, ମାମଲାରେ କିଛି ବୈଷୟିକ (Technical) ସମସ୍ୟା ରହିଛି। ଯେହେତୁ ଦାରା ସିଂହ ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା, ତେଣୁ ତାଙ୍କର ସ୍ଥାନୀୟ ପ୍ରଶାସନିକ ଯାଞ୍ଚ କରିବାରେ କିଛି ଅସୁବିଧା ଦେଖାଦେଉଛି।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!