ଭୁବନେଶ୍ବର ଶାସ୍ତ୍ରୀନଗରରେ ମର୍ସିଡିଜ୍ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସର ଆକ୍ସନ । ବନ୍ଧାହେଲା କିଲର୍ କାର୍ ଡ୍ରାଇଭର । କିଲର୍ କାର୍ ଡ୍ରାଇଭର ସୌମ୍ୟ ରଞ୍ଜନ ରଥ ଗିରଫ । ସେ ଆଇନ ଛାତ୍ର ଥିଲେ । ମଦ ପିଇ ଗାଡ଼ି ଚଳାଉଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ସୌମ୍ୟଙ୍କୁ ଗିରଫ କରିଛି ପୋଲିସ । ବ୍ରେଥ୍ ଆନାଲାଇଜର ଚେକ୍ ବେଳେ ଏହା ସ୍ପଷ୍ଟ ହୋଇସାରିଛି । କଲ୍ପବୁଲ ହୋମିସାଇଡ୍ ଦଫାରେ ଗିରଫ କରାଯାଇଛି । BNS ୧୦୫ ଧାରାରେ ମାମଲା ରୁଜୁ କରାଯାଇଛି । ଅତି କମ୍ରେ ୫ ବର୍ଷରୁ ଆଜୀବନ ସଜା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତିରେ ଶାସ୍ତ୍ରୀନଗର ଛକରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ମର୍ସିଡିଜ୍ କାର୍ । ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଲେ ଦେବୀ ପ୍ରସାଦ ରାଉତରାୟ । ତାଙ୍କ ଘର ନୟାପଲ୍ଲୀ ନୂଆ ସାହିରେ । ମର୍ସିଡିଜ୍ ଚଳାଉଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ଅଟକ ରଖି ଖୋଳତାଡ଼ କରୁଥିଲା ଖାରବେଳ ନଗର ଥାନା ପୋଲିସ ।

