ଶ୍ରୀମନ୍ଦିର ଅଁଳାବେଢ଼ା ଯାଏଁ ଚଢ଼ିଗଲେ

କାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଜଣେ ବୃଦ୍ଧ ଭକ୍ତ ଶ୍ରୀମନ୍ଦିର ଉପରକୁ ଚଢ଼ିଯାଇଥିଲେ। ଖବର ପାଇ ଦମକଳ ବାହିନୀ ଓ ସିଂହଦ୍ୱାର ଥାନା ପୁଲିସ ତାକୁ କାବୁ କରି ଥାନାକୁ ନେଇ ପଚରାଉଚରା କରୁଛି। ତେବେ ସେ ଛତ୍ରପୁରର ବଳରାମ ମହାରଣା ବୋଲି ନିଜର ପରିଚୟ ଦେଇଥିବା ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ଖବରରୁ ଜଣାପଡ଼ିଛି ଯେ, କାଲି ବଳରାମ (୬୨) କୌଣସି ପ୍ରକାର ଶ୍ରୀମନ୍ଦିର ଉପରକୁ ଚଢ଼ିଯାଇଥିଲେ। ଶ୍ରୀମନ୍ଦିର ନୀଳଚକ୍ର ନିକଟକୁ ଯାଇ ମହାପ୍ରଭୁଙ୍କୁ ଡାକ ଦେଇଥିଲେ। କିଛି ସେବାୟତ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ବିଭିନ୍ନ ଉପକରଣ ଧରି ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ତେବେ ସମସ୍ତେ ବିଭିନ୍ନ କୌଶଳ ଉପଯୋଗ କରି ତାଙ୍କୁ ତଳକୁ ଓହ୍ଲାଇ ପ୍ରଥମେ ଗାରଦ ଓ ପରେ ସିଂହଦ୍ୱାର ଥାନାକୁ ନେଇଥିଲେ। ଖବର ପାଇ ଏସ୍‌ପି ଶ୍ରୀ ମିଶ୍ର ଥାନାରେ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି। କେଉଁ କାରଣରୁ ସେ ମନ୍ଦିର ଉପରକୁ ଚଢ଼ିଲେ, ପୁଲିସ ଯାଞ୍ଚ କରୁଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!