୪୨ କୋଟି ଟଙ୍କାରେ ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପ

ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି । ଏହି କାର୍ଯ୍ଯ କିପରି ହୋଇଛି, ତା’ସହ ଦ୍ବିତୀୟ ପର୍ଯ୍ଯାୟ କାର୍ଯ୍ଯ କେତେବାଟ ଆଗେଇଛି, ଏହାର ସମୀକ୍ଷା କରିବାକୁ ଆଜି ଆରଡି ଗସ୍ତ କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପ। ପୀଠ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ଯ। ଏଥିପାଇଁ ରାଜ୍ଯ ସରକାର ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା।

ଆରଡି ପୀଠରେ ପହଞ୍ଚି ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମନ୍ଦିର ରୂପାନ୍ତରଣ କାର୍ଯ୍ଯର ସମୀକ୍ଷା କରିବେ । ସେହିପରି ସେବାୟତଙ୍କ ସହ ମଧ୍ୟ ଆଲୋଚନା କରିବେ 5T ଅଧ୍ୟକ୍ଷ । ଏଥିପାଇଁ ପୀଠରେ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଆରଡି ପରେ ଧାମନଗର ଅସୁରାଳିରେ ବିକାଶ କାର୍ଯ୍ଯ ସମ୍ପର୍କରେ ସାଧାରଣ ସଭାରେ ଯୋଗଦେବେ। ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମ୍ପର୍କରେ କରିବେ ଆଲୋଚନା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!