ଆକାଶପଥରେ ବ୍ୟାପକ ହେବ ରାଉରକେଲା । ଶିଳ୍ପ ଓ ପର୍ଯ୍ୟଟନରେ ଆସିବ ଅଭିବୃଦ୍ଧି । ଗୁରୁବାରଠାରୁ କୋଲକାତାକୁ ଉଡ଼ିବ ବିମାନ । ମାତ୍ର ଦେଢଘଣ୍ଟାରେ କୋଲକାତା ପହଞ୍ଚିବେ ଯାତ୍ରୀ । ସପ୍ତାହରେ ୩ ଦିନ ମିଳିବ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଗୁରୁବାରଠାରୁ ରାଉରକେଲାରୁ କୋଲକତାକୁ ଯୋଡ଼ିହେବ ବିମାନ ସେବା । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ମଙ୍ଗଳବାର, ଗୁରୁବାର, ଶନିବାର ୩ ଦିନ ଉଡିବ ବିମାନ । ଏହାଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍ରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଉରକେଲାବାସୀ ।ସେବା । ରାଜ୍ୟ ସରକାର ୩୫ ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ।
Related Posts
ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା
ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର ଶୁଣିବାକୁ ମିଳୁଛି। ଏହି…
ବିମାନକୁ ବୋମା ଧମକ, ଭୟରେ ବାହାରକୁ ବାହାରି ଆସିଲେ ଯାତ୍ରୀ
ବାରାଣାସୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନକୁ ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିଛି। ଧମକ ମିଳିବା ପରେ…
BJDର ନିର୍ବାଚନୀ ଇସ୍ତାହାର ଘୋଷଣା; ମିଳିବ ମାଗଣା ବିଜୁଳି, ୫ ବର୍ଷରେ ୨ଲକ୍ଷ ଚାକିରି, BSKYରେ ମଧ୍ୟବିତ୍ତ ସାମିଲ
ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଉନ୍ମୋଚନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ…

