ବିଜେପି କିସାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଙ୍କୁ ଗୁଳି କରି ହତ୍ୟା ଦ୍ୱାରକା ଡିସିପି ଏମ୍ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଘଟଣା ସମୟରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ଥିଲେ । ଅଭିଯୁକ୍ତଙ୍କ ଧରିବାକୁ ଏକାଧିକ ଟିମ ଗଠନ କରିଛି ପୁଲିସ । ପୁରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ ।
ଦଳୀୟ କାର୍ଯ୍ୟାଳୟରେ ଥିବାବେଳେ କିଛି ଯୁବକ ବାଇକରେ ଆସିଥିଲେ । ପାର୍ଟି ଅଫିସରେ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଆଖିବୁଜା ଗୁଳି କରିଥିଲେ ।ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ସୁରେନ୍ଦ୍ର କୁମାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

