ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୭ ଜୀବନ ।
ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୩୫ ଜଣ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ପୁଣେ ଯାଇଥିଲେ।
ସେମାନେ ପୁଣେରୁ ବସ୍ରେ ଘରମୁହାଁ ହୋଇଥିଲେ । ମାତ୍ର ଖୋପୋଲି ଅଞ୍ଚଳ ଦେଇ ବସ୍ଟି ଆଜି ସକାଳେ ଅତିକ୍ରମ କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା।ଏକ ଯାତ୍ରୀବାହୀ ବସ୍ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

