ବିମାନ ଦୁର୍ଘଟଣାରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୪୨ ଯାତ୍ରୀ

ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୨ ଜଣଙ୍କ ଜୀବନ। ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ। ବିମାନଟି ବିଜେ ମେଡିକାଲ କଲେଜର ହଷ୍ଟେଲରେ ମାଡ଼ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସେହିପରି ମେଡିକାଲ କଲେଜର ୫ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟ ଏଥିଯୋଗୁ ଜୀବନ ଯାଇଛି।

କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମଦାବାଦ ପୁଲିସ୍‌ କମିଶନର କହିଛନ୍ତି। ତାଙ୍କ କହିବା କଥା ଯେ ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କୌଣସି ଯାତ୍ରୀ ବଞ୍ଚିବା ଆଶା କମ। କିଛି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନେ ବଞ୍ଚିବାର ଆଶା କ୍ଷୀଣ। ବିମାନରେ ନିଆଁ ଲାଗିବା ଯୋଗୁ ସମସ୍ତ ୨୪୨ ଜଣ ଲୋକ ପୋଡ଼ି ଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ବେଶ କଷ୍ଟକର। ଅହମଦାବାଦରୁ ଏୟାର ଇଣ୍ଡିଆନର ବିମାନ ଲଣ୍ଡନ ଯାଉଥିଲା। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ। ବିମାନ କ୍ରାଶ ଯୋଗୁ ସେ ମଧ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ରୂପାନୀ ୨୦୧୬ରୁ ୨୦୨୧ ଯାଏ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ଲଣ୍ତନରେ ତାଙ୍କ ପତ୍ନୀ ରହୁଥିବାରୁ ତାଙ୍କୁ ଆଣିବା ପାଇଁ ରୂପାନୀ ସେଠାକୁ ଯାଉଥିଲେ। କିନ୍ତୁ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଉଡ଼ାଣ ଭରିବାର ୫ ମିନିଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପୂରା ଛିନଛତ୍ର ହୋଇଯାଇଛି।

ଆକାଶ ପଥରେ ଦ୍ୱିତୀୟ ଥର ପାଇଁ ଗୁଜରାଟର କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ରୂପାନୀଙ୍କ ପୂର୍ବରୁ ୬ ଦଶନ୍ଧି ପୂର୍ବରୁ ବଲବନ୍ତ ରାୟ ମେହେତା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

 

Post Views4 Total Count

Apply Now


This will close in 0 seconds

error: Content is protected !!