ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ଥାଣେର କସରା ଅଞ୍ଚଳକୁ ଯାଉଥିବା ଏକ ଲୋକାଲ୍ ଟ୍ରେନରୁ ଟ୍ରାକ୍ ଉପରେ ପଡ଼ି ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି।

 ଅଧିକାରୀଙ୍କ ଅନୁଯାୟୀ, ଅତି କମରେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନ୍ ରୁ ଖସି ପଡ଼ିଥିବା ଜଣାପଡ଼ିଛି। ପୁଲିସ କହିଛି ଯେ ଥାଣେ ଜିଲ୍ଲାର ମୁମ୍ବ୍ରା ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

ଭାରତୀୟ ରେଳବାଇ ଅନୁଯାୟୀ, ଟ୍ରେନ୍ ଭିତରେ ଅତ୍ୟଧିକ ଭିଡ଼ ଯୋଗୁ ଲୋକମାନେ ଏକ ଡବାରୁ ଖସି ପଡ଼ିଥିଲେ। ଭିଡ଼ ଯୋଗୁ ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ। ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

Post Views16 Total Count

Apply Now


This will close in 0 seconds

error: Content is protected !!