ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର

ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର। ବିହାରର ପ୍ରସିଦ୍ଧ ୟୁଟ୍ୟୁବର ତଥ‌ା ରାଜନେତା ମନୀଷ କଶ୍ୟପଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିହାରର ରାଜଧାନୀ ପାଟନାର ବାପୁ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ କଶ୍ୟପ ଆନୁଷ୍ଠାନିକ ଭାବରେ ଜନ ସୁରାଜ ପାର୍ଟିରେ ଯୋଗ ଦେଇଛନ୍ତି।ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଉପସ୍ଥିତିରେ ମନୀଷ କଶ୍ୟପ ଦଳରେ ଯୋଗ ଦେଇଛନ୍ତି। ଜନ ସୁରାଜ ଡିଜିଟାଲ୍ ୱାରିୟର୍ସ ସମ୍ମିଳନୀରେ ପ୍ରଶାନ୍ତ କିଶୋର, ମନୀଷ କଶ୍ୟପଙ୍କୁ ଦଳକୁ ସ୍ୱାଗତ କରିଥିଲେ ବୋଲି ଜଣାଯାଇଛି।

ଗତ ମାସ ଜୁନ୍ ୮ ତାରିଖରେ ଫେସବୁକରେ ଲାଇଭ୍ ଆସି ଭାରତୀୟ ଜନତା ପାର୍ଟି (ବିଜେପି)ରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ ମନୀଷ କଶ୍ୟପ। ସେ କହିଥିଲେ, ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ।ତେବେ ଗତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ମନୀଷ ବିଜେପିରେ ଯୋଗ ଦେଇଥିଲେ। ଜୁନ୍ ୮ରେ ଇସ୍ତଫା ଦେବା ପରେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ସେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ନିଜର ଦଳ ବାଛି ନେଇଛନ୍ତି।

Post Views17 Total Count

Apply Now


This will close in 0 seconds

error: Content is protected !!