ବିମାନ ଦୁର୍ଘଟଣାରେ ସାମରିକ ମୁଖ୍ୟଙ୍କ ମୃତ୍ୟୁ

ତୁର୍କୀର ରାଜଧାନୀ ଅଙ୍କାରାରୁ ଉଡ଼ାଣ ଭରି ଲିବିଆର ସାମରିକ ମୁଖ୍ୟ,୪ ଜଣ ଅଧିକାରୀ ଏବଂ ୩ ଜଣ କ୍ରୁର ସଦସ୍ୟଙ୍କୁ ନେଇ ଫେରୁଥିବାବେଳେ ବିମାନ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାନୁଯାୟୀ, ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ ଫାଲକନ୍ ୫୦ ପ୍ରକାରର ବ୍ୟବସାୟିକ ଜେଟ୍‌ର ଭଗ୍ନାବଶେଷ ଆଙ୍କାରାର ଦକ୍ଷିଣରେ ପ୍ରାୟ ୭୦ କିଲୋମିଟର ଦୂରରେ ହାଇମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ମିଳିଛି । ତୁର୍କୀ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନେ କହିଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଲିବିଆ ଫେରୁଥିବା ବିମାନ ସହିତ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ବିମାନଟି ରାତି ୮ଟା ୩୦ମିନିଟରେ ଉଡ଼ାଣ କରିଥିଲା ଏବଂ ୪୦ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ତୁର୍କୀର ହୋମ୍ ମିନିଷ୍ଟର ଅଲି ୟେର୍ଲିକାୟା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ହାଇମାନା ନିକଟରେ ଜରୁରୀକାଳୀନ ଅବତରଣ ପାଇଁ ସଙ୍କେତ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟିଥିବା ସୂଚନା ମିଳିଛି ।

Post Views32 Total Count

Apply Now


This will close in 0 seconds

error: Content is protected !!