ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା

ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କ ମନ୍ତ୍ରିମଣ୍ଡଳରେ ୯ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଦେଶ ଛାଡି ପଳାଇଥିବା ସୂଚନା ମିଳିଛି ।

ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିନଥିଲା । ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେଇଥିଲେ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳିଥିଲା । ନେପାଳ ସରକାର ଫେସବୁକ୍‍, ହ୍ୱାଟ୍ସଆପ୍‍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍‍ ଉପରେ ରୋକ୍‍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ଏହାସହିତ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିକ୍ଷୋଭ କରିଥିଲେ । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍‍ ସେଲ୍‍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରିଥିଲେ ।

Post Views95 Total Count

Apply Now


This will close in 0 seconds

error: Content is protected !!